ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବାଦାମ ସୁପ୍‌

ଆବଶ୍ୟକୀସ ସାମଗ୍ରୀ– ବାଦାମ ମଞ୍ଜି ଦେଢ଼ କପ୍, କଟା ଟମାଟୋ ଦୁଇଟା, କଟା ପିଆଜ ଗୋଟିଏ, କର୍ଣ୍ଣଫ୍ଲୋର ଏକ ଚାମଚ, ଅଦା ରସୁଣ ପେଷ୍ଟ ଏକ ଛୋଟ ଚାମଚ, ଲେମ୍ବୁ ରସ ଏକ ଛୋଟ ଚାମଚ, ମିଶା ନିମ ପତ୍ର ୬ରୁ ୭ଟି, ଲୁଣ ଏବଂ ପାଣି

 ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଳ୍ପ ପାଣି ଏବଂ ବାଦାମକୁ ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରେ ଅଦା ରସୁଣ ପେଷ୍ଟ, ପିଆଜ, ଟମାଟୋ ଏବଂ ଲୁଣ ମିଶାଇ ପ୍ରେସର କୁକରରେ ଏକରୁ ଦୁଇଟି ସିଟି ମାରିଦିଅନ୍ତୁ।

ବର୍ତ୍ତମାନ ଏହି ପେଷ୍ଟକୁ ଭଲଭାବରେ ମିକ୍ସ କରି ଛଣାରେ ଛାଣିଦିଅନ୍ତୁ। ଏବେ ଏକ ପାତ୍ରରେ ଦୁଇ ଚାମଚ ପାଣିରେ କର୍ଣ୍ଣଫ୍ଲୋର ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ।

ଏବେ ଏକ ପ୍ୟାନରେ ତେଲ ଗରମ କରି ଏହି ମିଶ୍ରଣକୁ ପକାଇ ଫୁଟାନ୍ତୁ। ଗରମ ହେଲେ ଏଥିରେ କର୍ଣ୍ଣଫ୍ଲୋରର ଘୋଳ ମିଶାଇ ୫ରୁ ୬ ମିନିଟ୍ ଫୁଟିବାକୁ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବାଦାମ୍‌ ସୁପ୍‌। ଏଥିରେ ଲେମ୍ବୁ ରସ ମିଶାଇ ଗରମାଗରମ ପରଷନ୍ତୁ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ