ଆଳୁ କୋପ୍ତା

ସାମଗ୍ରୀ : ମଟର ସିଝା ୫୦ଗ୍ରାମ, ସିଝା ଚକଟା ଆଳୁ -୫ଟା, ଲାଲ ଲଙ୍କା ପାଉଡର, ସ୍ବାଦଅନୁସାରେ ଲୁଣ, ଲେମ୍ବୁ ରସ ୧ ବଡ ଚାମଚ, ଧନିଆ ପତ୍ର, ଛାଣିବା ପାଇଁ ତେଲ, ଜିରା- ୧ ଛୋଟ ଚାମଚ, ଚାଟ ମସଲା, ୧ ଛୋଟ ଚାମଚ, ଟମାଟୋ ସସ୍ ୨ବଡ଼ ଚାମଚ, ବେସନ -୧ବଡ଼ ଚାମଚ, ଲହୁଣୀ ଦୁଇ ବଡ ଚାମଚ, ସିମଲା ମିର୍ଚ୍ଚ ଅଧା କଟା, ପନିର କଟା ଅଳ୍ପ, ହଳଦୀ ପାଉଡର ଗ୍ରେଭି ପାଇଁ ଅଦା ରସୁଣ ପେଷ୍ଟ ମସଲା , ଗରମ ମସଲା୤

ପ୍ରଣାଳୀ: ଗ୍ୟାସ ଲଗାଇ ତେଲ ଗରମ କରି ଏଥିରେ ତେଲ ପକାଇ ଗରମ କରି ନିଅନ୍ତୁ୤ ଜିରା ଓ କଞ୍ଚା ଲଙ୍କା କଟା ପକାଇ ଭାଜି ଦିଅନ୍ତୁ ଓ ଆଳୁ ଚକଟା, ମଟର ସିଝା, ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବରେ ଆଳୁକୁ କଷି ଦିଅନ୍ତୁ, ପରେ ମସଲାରେ ବେସନ ପକାଇ କିଛି ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ୤ ମସଲାକୁ ଥଣ୍ଡା କରି ଦିଅନ୍ତୁ୤ ଏବେ ଏହି ମିଶ୍ରଣକୁ କବାବ ତିଆରି କରନ୍ତୁ୤ ତାୱାରେ ଲହୁଣୀ ପକାଇ କବାବକୁ ସେକନ୍ତୁ ଲାଲ ପଡିଲେ ତାୱାରୁ ବାହାର କରି ଦିଅନ୍ତୁ୤

ଗ୍ରେଭି : କଡେଇରେ ତେଲ ଗରମ କରି ଜିରା ପକାନ୍ତୁ, କଟା ସିଝା ଆଳୁ, ମଟର ପକାଇ ମସଲାକୁ ତେଲରେ କଷି ସମସ୍ତ ମସଲା କଟା ଟମାଟୋ, ସିମଲା ମିର୍ଚ୍ଚ, ପନିର, ଟମାଟୋ ସସ୍ ପକାଇ ଗ୍ରେଭି ପ୍ରସ୍ତୁତ କରି ଏଥିରେ କୋପ୍ତା ପକାନ୍ତୁ, ୩ମିନିଟ ପରେ କଟା ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରନ୍ତୁ୤ ଆଳୁ କୋପ୍ତାକୁ ପରଟା କିମ୍ବା ରୁଟିରେ ଖାଆନ୍ତୁ୤

Leave A Reply

Your email address will not be published.

ବ୍ରେକିଂ