ଆନ୍ଧ୍ରପ୍ରଦେଶରେ କରୋନା କର୍ଫ୍ୟୁ ଜୁନ୍‌ ୧୦ ଯାଏଁ ବଢିଲା

ହାଇଦ୍ରାବାଦ: ଦେଶରେ କରୋନାର ଦ୍ୱିତୀୟ ଲହରୀ ପରିସ୍ଥିତି ରେ ଏବେ ଧିରେ ଧିରେ ସୁଧାର ଆସୁଛି।  ମହାମାରୀ କରୋନାର ଚେନ୍ କୁ ଭାଙ୍ଗିବା ପାଇଁ ବିଭିନ୍ ରାଜ୍ୟରେ ଲକଡାଉନ, ସଟଡାଉନ ଓ କର୍ଫ୍ୟୁ ଲାଗୁ କରାଯାଇଛି। ଆନ୍ଧ୍ରପ୍ରଦେଶରେ ମଧ୍ୟ କରୋନା ଦ୍ରୁତ ଗତିରେ କାୟା ମେଲାଇଛି। ଦୈନିକ କରୋନା ସଂକ୍ରମଣ ରେକର୍ଡ ଛୁଉଁଛି। ଏହାକୁ ଦଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ କରୋନା କର୍ଫ୍ୟୁ ବଢାଇଛନ୍ତି ଆନ୍ଧ୍ର ସରକାର ।

ଆଜି କର୍ଫ୍ୟୁର ଅବଧି ଶେଷ ହେବାର ଥିଲା। ବର୍ତ୍ତମାନ ଏହି ଅବଧିକୁ ଆହୁରି ୧୦ ଦିନ ଯାଏ ବୃଦ୍ଧି କରାଯାଇଛି। ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି କଟକଣା କୋହଳ ରହିବ ବୋଲି କହିଛନ୍ତି ରାଜ୍ୟ ସରକାର।

ସୂଚନାନୁସାରେ, ଆନ୍ଧ୍ରପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୪୦୦ ନୂଆ କରୋନା ମାମଲା ରହିଥିବା ବେଳେ ୨୧,୧୩୩ ଜଣ ଆରୋଗ୍ୟଲାଭ କରିଛନ୍ତି ଏବଂ ୯୪ ଜଣଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.

ବ୍ରେକିଂ