ଦେହରେ ନିଆଁ ଲାଗି ଅଙ୍ଗନୱାଡି କର୍ମୀ ଗୁରୁତର

କାମାକ୍ଷାନଗର  :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ପଞ୍ଚାୟତର ଅସନାଟିଆ ସାହିରେ ଅଭାବନୀୟ ଘଟଣା ଘଟିଛି । ଦେହରେ ନିଆଁ ଲାଗି ଅସନପାଟିଆ ସାହି ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରର କର୍ମୀ ଗୁରୁତର ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ  ସ୍ଥାନାନ୍ତର କରାଯାଇଛି ।

ଅସନପାଟିଆ ସାହିର ୧ନଂ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ସମିତା ମିଶ୍ର(୪୫) ନିଜ ଝିଅ ସହିତ ଘରେ ରହୁଥିଲେ । ମଙ୍ଗଳବାର ଅପରାହ୍ନରେ କିରୋସିନୀ ନିଆଁ  ସମିତାଙ୍କ ଦେହରେ ଲାଗିିବାରୁ ସେ ଗୁରୁତର ହୋଇଥିଲେ । ପ୍ରଥମେ ଜିରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାନ୍ନ ହେବାରୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଅଙ୍ଗନୱାଡି କର୍ମୀ ସମିତା ସ୍ୱାମୀଙ୍କ ସହିତ ମତାନ୍ତର ଯୋଗୁ ନିଜ ସାବାଳିକା ଝିଅ ସହିତ ଅସନାଟିଆ ସାହିରେ ରହି ଆସୁଥିଲେ । କେଉଁ କାରଣରୁ ଶରୀରରେ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

 

 

Leave A Reply

Your email address will not be published.

ବ୍ରେକିଂ