ଅଭିଯୁକ୍ତ ବିବନ ବିଶ୍ୱାଳକୁ ଫାଶୀ ଦିଆଯାଉ: ପୀଡିତା ଅଞ୍ଜନା ମିଶ୍ର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ପୀଡିତା। ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପଛରେ କଂଗ୍ରେସ ଦଳର ପ୍ରଛନ୍ନ ହାତ ରହିଥିବା  ଖୋଦ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର କହିଛନ୍ତି ।

ଏକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ଅବସରରେ ଅଞ୍ଜନା ମିଶ୍ର କହିଛନ୍ତି ଯେ, ବିବନ ମୁଖ୍ୟ ଅଭିଯୁକ୍ତ ଥିଲା , ତାକୁ ଫାଶି ହେଉ । ବିବନ ଗିରଫ ହେବା ପରେ ବହୁତ ଖୁସି ଓ ଆଶ୍ୱସ୍ତି  ଲାଗୁଛି । ସିବିଆଇ ଚୁପ ବସିଲା, ଧରିଲାନି । ସିପି ଓ ତାଙ୍କ ଟିମକୁ ଧନ୍ୟବାଦ ।

ଘଟଣା ପରେ ମୋତେ ମାରିଦେବାକୁ ଚେଷ୍ଟା କରାଯାଇଥିଲା । ବିବନର ପୃଷ୍ଠପୋଷକ ଥିବା କଂଗ୍ରେସ ସମର୍ଥକ ମୋତେ ମାରିଦେବାକୁ ଚେଷ୍ଟା କରିଥିଲେ । ଏମିତି ହେଲା ଯେ, ମୋତେ ମୋ ଘରେ ରଖେଇ ଦେଲେନି । କଂଗ୍ରେସ ଦଳର ପ୍ରଛନ୍ନ ହାତ ତା ପଛରେ ରହିଥିଲା ।

ବହୁତ ଲମ୍ବା ସଂଘର୍ଷ ଥିଲା । ପ୍ରତି ଦିନ ମୁଁ ମରି ମରି ବଞ୍ଚିଛି । ଅନ୍ୟ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭାଙ୍ଗି ନପଡ଼ିବାକୁ ଅଞ୍ଜନା କହିଛନ୍ତି । ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବରବାଦ ହୋଇଯାଏ ।

ଏଥିରେ ଭାଙ୍ଗିନପଡ଼ି ସଂଘର୍ଷ କରିବା ଦରକାର ବୋଲି ଅଞ୍ଜନା କହିଛନ୍ତି । ଆମ ସିଷ୍ଟମ ଯାହା ଏଠି ନ୍ୟାୟ ମିଳିବାକୁ ଦୀର୍ଘ ବର୍ଷ ଲାଗୁଛି । ସିପିଙ୍କ ଭଳି ଜଣେ ଭଲ ଅଫିସର ମିଳିବାରୁ ବିବନ ଧରାପଡ଼ିଲା । ୨ ଦୋଷୀଙ୍କ ଭିତରୁ ପଦିଆ ମରିଯାଇଛି, ଧିରେନ୍ଦ୍ର ଜେଲରେ ଅଛି । ଏବେ ଧରାପଡ଼ିଥିବା ବିବନକୁ ଫାଶି ହେଉ ବୋଲି ଅଞ୍ଜନା ମିଶ୍ର କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ