ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲା: କାଲି ବିବନର ଟିଆଇ ପରେଡ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ୨୨ ବର୍ଷ ପରେ ପୁଲିସ ହାତରେ ଧରାପଡିଛି । ଆସନ୍ତାକାଲି ବିବନର ଟିଆଇ ପରେଡ଼ ହେବ । ଝାରପଡ଼ା ଜେଲ ପରିସରରେ ଜେଏମଏଫସି ସୃଜାଲିନ ମହାନ୍ତି ଟିଆଇ ପରେଡ଼ କରିବେ । ସିବିଆଇ ସ୍ପେଶିଆଲ ଜଜ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି ।

କାଲି ଝାରପଡ଼ା ଜେଲକୁ ଅଞ୍ଜନା ମିଶ୍ର ମଧ୍ୟ ଆସିବେ । ବିବନ ସହ କେତେକ ଅପରାଧିଙ୍କୁ ଟିଆଇ ପରେଡ଼ ପାଇଁ ଧାଡ଼ିରେ ଠିଆ କରାଯିବ । ସେମାନଙ୍କ ମଧ୍ୟରୁ ବିବନକୁ ଚିହ୍ନଟ କରିବେ ଅଞ୍ଜନା । ଅପରପକ୍ଷରେ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ବି ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି ।

ଟିଆଇ ପରେଡ ପାଇଁ ସିବିଆଇର ଆବେଦନ ପରେ ଅଞ୍ଜନା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବି । କାହା ପ୍ରରୋଚନାରେ ଗଣଦୁଷ୍କର୍ମ ହୋଇଥିଲା ପଦାକୁ ଆସୁ । ବିବନକୁ କିଏ ଫେରାର କଲା ସାମ୍ନାକୁ ଆସୁ । ୨୨ ବର୍ଷ ହେଲା କାହା ଛତ୍ରଛାୟାରେ ବିବନ ଥିଲା ତାହା ତଦନ୍ତ ହେଉ । ଘଟଣା ପଛରେ ଷଡଯନ୍ତ୍ରକାରୀଙ୍କୁ ସାମ୍ନାକୁ ଆଣୁ ସିବିଆଇ ବୋଲି ଅଞ୍ଜନା କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ