ଭୁବନେଶ୍ୱର : ପୁଣି ଫେରୁଛି ବର୍ଷା । ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୯ ନଭେମ୍ବରରେ କେନ୍ଦ୍ରିୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
#୨୯ନଭେମ୍ବର ବେଳକୁ #କେନ୍ଦ୍ରୀୟ ବଙ୍ଗୋପସାଗର ର #ଦକ୍ଷିଣ ଭାଗରେ ଗୋଟିଏ #ଲଘୁଚାପ କ୍ଷେତ୍ର #ସୃଷ୍ଟି ହେବାର ସମ୍ଭାବନା ରହିଛି |
— Meteorological Centre, Bhubaneswar (@mcbbsr) November 25, 2020
ସେପଟେ ଭୟଙ୍କର ରୂପ ଧାରଣ କରି ବାତ୍ୟା ନିଭାର ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଏହି ବାତ୍ୟା ତାମିଲନାଡୁ ଓ ପୁଡୁଚେରିର ଉପକୂଳ ଦେଇ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତା ସକାଳେ ସ୍ଥଳ ଭାଗ ଛୁଇଁପାରେ ବୋଲି ପାଣପାଗ ବିଭାଗ ଆକଳନ କରିଛି । ଏହି ବାତ୍ୟା ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରିରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ହେବାରେ ଲାଗିଲାଣି । ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ସରକାର ତାମିଲନାଡୁରେ ସଚେତନାତ୍ମକ ପଦକ୍ଷେପ ଗ୍ରହଣ କରି ଆଜି ସରକାରୀ ଛୁଟି ଘୋଷଣା କରିଛନ୍ତି ।