ଲିଭିନି ପରୀ ନିଆଁ, ନିଖୋଜ ହେଲା ଆଉ ଏକ ନାବାଳିକା

ନୟାଗଡ : ନୟାଗଡର ପରୀ ହତ୍ୟାକାଣ୍ଡକୁ ନେଇ ଏଯାଏଁ ଲୋକଙ୍କୁ ମନରୁ ଆକ୍ରୋଶର ନିଆଁ ଲିଭିନାହିଁ । ଇତିମଧ୍ୟରେ ନୟାଗଡରୁ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୟାଗଡରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକନ୍ୟା ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଯାଇଛି । ରଣପୁର ଥାନା ବଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ହରପ୍ରିୟା ଶୁକ୍ରବାର ଗାଁ ଦାଣ୍ଡରେ ଖେଳୁଥିଲା। ସନ୍ଧ୍ୟା ହେବା ପରେ ମଧ୍ୟ ସେ ଘରକୁ ନଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇନଥିଲେ।

ଏହାପରେ ବାପା ସଞ୍ଜୟ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ  ପୋଲିସ ହରପ୍ରିୟାଙ୍କୁ ଖୋଜିବା ପାଇଁ ଛାନବିନ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ