ବର୍ଷା-ଅନୁଭବ କଟକ ଫ୍ୟାମିଲି କୋର୍ଟରେ ଆଜି ପୁଣି ହାଜର ହେଲେ

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ପୂର୍ବରୁ ୯ ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ଉଭୟଙ୍କୁ ସାମ୍ନାସାମ୍ନି ବସାଇ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା।

କଟକ ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ଅନୁଭବ ଓ ବର୍ଷା ହାଜର ହେବା ପରେ ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । ପୂର୍ବରୁ ଏହି ମାମଲାର ଶୁଣାଣି ପାଇଁ କୋର୍ଟରୁ ବାରମ୍ବାର ଡାକରା ସତ୍ତ୍ୱେ ବର୍ଷା କୋର୍ଟକୁ ଆସୁ ନ ଥିଲେ । ତେବେ ଆଜି ପୁଣି କଟକ ଫ୍ୟାମିଲି କୋର୍ଟରେ ବର୍ଷା ଅନୁଭବ ହାଜର ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ