ଆପଣ ନାଇଟ ସିଫ୍ଟ କରୁଛନ୍ତି କି ? ସକାଳେ କେମିତି ଶୋଇବେ ଭଲ ନିଦରେ ଆପାଣନ୍ତୁ ଏହି ଟିପ୍ସ

ସ୍ୱାସ୍ଥ୍ୟଟିପ୍ସ: ଏକ ସାଧାରଣ ମନୁଷ୍ୟ ପାଇଁ ଦୈନିକ ଅତିକମରେ ୭ ରୁ ୮ ଘଣ୍ଟାର ନିଦ ଜରୁରୀ। ହେଲେ ନାଇଟ ଡ୍ୟୁଟି କରୁଥିବା ଲୋକଙ୍କ ପାଇଁ ଏହା ସମ୍ଭବ ହୋଇପାରେ ନାହିଁ। ତେବେ ସଠିକ୍‌ ନିଦ ପାଇଁ ଆପଣାନ୍ତୁ ଏହି ଟିପ୍ସ।

ଆଜିକାଲିର ସମସ୍ତେ ନିଜ ନିଜ କାମକୁ ନେଇ ବ୍ୟସ୍ତ ରହୁଛନ୍ତି। ଲୋକମାନଙ୍କ ପାଖରେ ଶୋଇବା ଖାଇବା ପାଇଁ ସମୟ ରହୁନାହିଁ। ବିଶେଷ କରି ଚାକିରି କରୁଥିବା ଲୋକମାନଙ୍କ ପାଇଁ ଶୋଇବାର କୌଣସି ଠିକ୍‌ ଠିକଣା ନଥାଏ। ହେଲେ ଯେଉଁମାନେ ରାତି ଡ୍ୟୁଟି କରୁଛନ୍ତି, ସେମାନଙ୍କ ପାଇଁ ରାତିରେ ଶୋଇବା ବଡ଼ କଷ୍ଟକର ହୋଇପଡେ। ରାତି ସିପ୍ଟ ସରିବା ପରେ ସେମାନେ ଦିନରେ ଠିକ୍‌ ଭାବରେ ଶୋଇପାରନ୍ତି ନାହିଁ ବା ନିଦ ହୁଏ ନାହିଁ। ଫଳରେ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ।

ଅନେକ ଲୋକଙ୍କ ଚାକିରି ସମୟ ରାତି ୯ରୁ ୫ଟା ପର୍ଯ୍ୟନ୍ତ ଚାଲିଥାଏ। କାର୍ଯ୍ୟ ଦିବସ ସରିବା ପରେ ଆରାମ ଏବଂ ଶୋଇବା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରନ୍ତି ନାହିଁ। ଫଳରେ ସେମାନେ ବିରକ୍ତ ଏବଂ କ୍ଲାନ୍ତ ଅନୁଭବ କରିଥାଆନ୍ତି। ଦିନରେ ସେମାନେ ଅନ୍ୟ କାର୍ଯ୍ୟ, ପିଲାମାନଙ୍କ ଦାୟିତ୍ୱ, ଜରୁରୀ ସମାଗ୍ରୀ କିଣାକିଣିରେ ଦିନରେ ଖୁବ୍‌ ଅଳ୍ପ ସମୟ ପାଇଁ ଶୋଇଥାନ୍ତି।

ସଠିକ ନିଦ ପାଇଁ କ‘ଣ କରିବେ?

ଜଣେ କର୍ମଚାରୀଙ୍କ ପାଇଁ କାମ ସହ ଶୋଇବା ମଧ୍ୟ ଗୁରୁତ୍ଵ ରହିଛି। ସଠିକ ନିଦରେ ଶୋଇବା ଫଳରେ ଶାରୀରିକ ଏବଂ ମାନସିକ ସ୍ତରରେ ବିକାଶ ହୋଇଥାଏ। ହେଲେ ରାତିରେ ଯେଉଁ ଭଳି ନିଦ ଲାଗେ ଦିନରେ ସମାନ ପରିମାଣର ନିଦ ଲାଗି ନଥାଏ।

ଘରକୁ ଅନ୍ଧାର କରିଦିଅନ୍ତୁ

ଦିନ ସମୟରେ ବାହାର ଆଲୋକ ଶୋଇବାରେ ବାଧା ସୃଷ୍ଟି କରିଥାଏ। ତେଣୁ ଦିନ ବେଳେ ଶୋଇବା ସମୟରେ ଘରର ଝରକା, କବାଟ ବନ୍ଦ କରିବା ସହ ଭିତର ଆଲୋକ ମଧ୍ୟ ବନ୍ଦ କରିଦିଅନ୍ତୁ। ଯାହା ଫଳରେ ଆପଣଙ୍କ ରୁମ୍‌ ଅନ୍ଧାର ରହିବା ସହ ନିଦ ହେବାରେ ସାହାଯ୍ୟ କରିବ।

ଫୋନ ବ୍ୟବହାର କରନ୍ତୁ ନାହିଁ

ଦିନରେ ଶୋଇବାର ୧ ଘଣ୍ଟା ପୂର୍ବରୁ ଲାପଟପ, ଟାବଲେଟ୍, କିମ୍ବା ଫୋନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ନିଦରେ ବ୍ୟାଘାତ ସୃଷ୍ଟି ହେବ। ଇଲୋକ୍ଟ୍ରୋନିକ ସାମଗ୍ରୀରୁ ନିର୍ଗତ ହେଉଥିବା ନୀଳ ଆଲୋକ ଶୋଇବାରେ ବ୍ୟାଘାତ ସୃଷ୍ଟି କରେ।

ବ୍ୟାୟାମ କରନ୍ତୁ

ଦିନରେ କିଛି ସମୟ ଯୋଗ ବା ବ୍ୟାୟାମ କରିବା ଅଭ୍ୟାସ ରଖନ୍ତୁ। ବ୍ୟାୟାମ କରିବା ଫଳରେ ମନ ଶାନ୍ତ ରହିବା ସହିତ ସଠିକ୍‌ ଭାବରେ ନିଦ ଲାଗିଥାଏ।

ଶୋଇବା ପାଇଁ ମାନସିକତା ସ୍ଥିର କରନ୍ତୁ

ଦିନରେ ଶୋଇବାର ଏକ ସମୟ ଧାର୍ଯ୍ୟ କରନ୍ତୁ। ଆପଣ ମଧ୍ୟାହ୍ନ ଭୋଜନ ପରେ ଅତିକମ୍‌ରେ ୬ ଘଣ୍ଟା ପାଇଁ ଶୋଇପାରିବେ।

Leave A Reply

Your email address will not be published.

ବ୍ରେକିଂ