ଅଭିନେତା ଅର୍ଜୁନ ରାମପାଲ କରୋନା ସଂକ୍ରମିତ

ମୁମ୍ବାଇ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବଲିଉଡରେ ବହୁତ ତାରକା କରୋନାରେ ସଂକ୍ରମିତ ହେଉଛନ୍ତି । ଏହିକ୍ରମରେ ବରିଷ୍ଠ ଅଭିନେତା ଅର୍ଜୁନ ରାମପାଲ ମଧ୍ଯ କରୋନାରେ ସଂକ୍ରମିତ ହୋଇଛନ୍ତି ।  ଏନେଇ ଅର୍ଜୁନ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଓ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହେଉଛନ୍ତି ।

ଅର୍ଜୁନ ରାମପାଲ ଟ୍ୱିଟ କରି କହିଛନ୍ତି, “ମୋର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ମୋର କୌଣସି ଲକ୍ଷଣ ଦେଖାଯାଇନାହିଁ। ତଥାପି ମୁଁ ହୋମ ଆଇସୋଲେସନରେ ରହିଛି। ସେହିପରି ଆବଶ୍ୟକ ମେଡିସିନ ବ୍ୟବହାର କରୁଛି।

ମୁଁ ସମସ୍ତ ପ୍ରକାରର ପ୍ରୋଟୋକଲକୁ ଅନୁସରଣ କରୁଛି। ଗତ ୧୦ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ଯତ୍ନ ନିଅନ୍ତୁ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ଏହା ଆମ ପାଇଁ ବହୁତ ବଡ଼ ଭୟର ବାତାବରଣ ସୃଷ୍ଟି କରୁଥିବା ସମୟ। ଯଦି ଆମେ ଏହି ଛୋଟିଆ ସମୟକୁ ଠିକ୍ ଭାବେ ବ୍ୟବହାର କରିବା ଓ ସତର୍କ ରହିବା, ତା’ହେଲେ ଆମ ସମସ୍ତଙ୍କ ମଙ୍ଗଳ ହେବ। ଏହାକୁ ଆମକୁ ଦୀର୍ଘ ସମୟ ଯାଏ ଲାଭ ଦେବ। ଆମେ ଏକାଠି କରୋନା ସହ ଲଢ଼ିବା।”

ଏହାପୂର୍ବରୁ ଶନିବାର ଦିନ ଅଭିନେତା ସୋନୁ ସୁଦ ଏବଂ ନୀଲ ନିତିନ ମୁକେଶ  କରୋନାରେ ସଂକ୍ରମିତ ହୋଇଥିଲେ ।

Leave A Reply

Your email address will not be published.

ବ୍ରେକିଂ