ଦିଲ୍ଲୀରେ ଅନଲକ୍-୭ ର ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଆସିଛି । ଏହାକୁ ନଜର ରଖି ରବିବାର ଦିଲ୍ଲୀ ସରକାର ଅନଲକ୍-୭ ର ଗାଇଡଲାଇନ ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶନାମା ମୁତାବକ ସୋମବାର ଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ।ହେଲେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ ।

ସୂଚନାଯୋଗ୍ୟ ଶନିବାର ରାଜଧାନୀ ଦିଲ୍ଲୀରେ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ ସଂକ୍ରମଣ ହାର ୦.୦୯ ପ୍ରତିଶତକୁ ହ୍ରାସ ପାଇଛି । ତେଣୁ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମ ହେବା ଫଳରେ ସରକାର ଜନସାଧାରଣଙ୍କ ଜୀବନଜୀବିକା ସୁବିଧା ପାଇଁ କଟକଣାକୁ କୋହଳ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ