ଆଶାକର୍ମୀ ନିଖୋଜ, ଥାନାରେ ଏତଲା

ପଡିଆ : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ କତାଗୁଡା ଗ୍ରାମର ଜଣେ ଆଶାକର୍ମୀ ନିଖୋଜଥିବା ତାଙ୍କ ସ୍ବାମୀ ପଡିଆ ଥାନାରେ ଏତଲା ଦେଇଛନ୍ତି। ନିଖୋଜ ମହିଳା ସ୍ଵପ୍ନା ବାୟା ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କତାଗୁଡା ଗ୍ରାମରେ ଆଶା କର୍ମୀ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଏନେଇ ପଡିଆ ଥାନାରେ ଏକ ଏମ୍ଏମ୍ଆର ଦାଖଲ କରାଯାଇ ପୋଲିସ ମହିଳାଙ୍କୁ ଖୋଜାଖୋଜି ଜାରି ରଖିଥିବା ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା କହିଛନ୍ତି।

ସୂଚନା ଅନୁଯାୟୀ, ଗତ ୩ ତାରିଖ ଅପରାହ୍ନ ପ୍ରାୟ ୩ ଟା ବେଳେ ସ୍ଵପ୍ନା ମେଡିକାଲର ଜଣେ ଗର୍ଭବତୀ ମହିଳାଙ୍କୁ ମାଲକାନଗିରି ନେଇ ଯିବାର ଅଛି କହି ଘରୁ କେଉଁ ଆଡକୁ ଚାଲି ଯାଇଥିଲେ।

ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ତାଙ୍କ ସ୍ବାମୀ ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କ ଘର ଗତ ୩ ଦିନ ଧରି ଖୋଜା ଖୋଜି କରିଥିଲେ। ତାଙ୍କର କିଛି ପତ୍ତା ନ ମିଳିବାରୁ ଓ ମୋବାଇଲ ଫୋନ ସୁଇଚ ଅଫ ଥିବାରୁ ଆଜି ପଡିଆ ଥାନାରେ ତାଙ୍କ ପତ୍ନୀ ନିଖୋଜ ହୋଇଯିବା ସମ୍ପର୍କରେ ଏତଲା ଦେଇଛନ୍ତି। ପଡିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରୁଛି।

ଆଶାକର୍ମୀଙ୍କୁ କିଏ ଅପହରଣ କରି ନେଇଥିବା ତାଙ୍କ ପରିବାର ଲୋକ ସନ୍ଦେହ କରୁଛି। ଏହି ଘଟଣାକୁ ଗୁରୁତ୍ବର ସହ ତଦନ୍ତ କରାଯାଉଛି ବୋଲି ପଡ଼ିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶାକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ