କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ASI

ପୁରୀ : କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ASI । କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ପୁରୀ ତାଳବଣିଆ ଥାନାର ASI ଲକ୍ଷ୍ମଣ ସୋରେନଙ୍କୁ ନିଲମ୍ବିତ କରାଯାଇଛି । ପୁରୀ ଏସପି ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

ASI ଲକ୍ଷ୍ମଣ ସୋରେନ ପୁରୀ ତାଳବଣିଆ ଥାନାରେ ପୋଷ୍ଟିଙ୍ଗ ଥିଲେ। ଲକ୍ଷ୍ମଣ ସୋରେନ ପୁରୀ ଗ୍ରୀଡକୋ ଛକରେ ଡ୍ୟୁଟି କରୁଥିବା ସମୟରେ ଡ୍ୟୁଟି ଛାଡ଼ି ଅନ୍ୟତ୍ର ବୁଲୁଥିଲେ। ଏନେଇ ଏସପି ଅବଗତ ହେବାପରେ ଅଧିକ ତଦନ୍ତ କରି ତାଙ୍କୁ ଆଜି ନିଲମ୍ବିତ କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ