ରଥଯାତ୍ରା ବେଳେ ଶ୍ରୀମନ୍ଦିରର ମରାମତି ଓ ଆଲୋକୀକରଣ ହେବ

ପୁରୀ:   ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ମରାମତି ଓ ଆଲୋକୀକରଣ ହେବ । ରତ୍ନ ସିଂହାସନର ଦସ୍ତାବିଜ ମଧ୍ୟ ପ୍ରସ୍ତୁତ କରିବାକୁ ଏଏସଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ଦସ୍ତାବିଜ ପ୍ରସ୍ତୁତ ହେବ। ଲେଜର ସ୍କାନିଂ ଜରିଆରେ ରତ୍ନ ସିଂହାସନର ଅବସ୍ଥା ଯାଞ୍ଚ ହେବ । ରତ୍ନସିଂହାସନର ଅବସ୍ଥା କିଭଳି ଅଛି ତାହା ଲେଜର ସ୍କାନିଂ ଦ୍ୱାରା ଜଣାପଡ଼ିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ଗର୍ଭଗୃହ, ଜଗମୋହନର ମରାମତି ସହ ନାଟମଣ୍ଡପ, ଭୋଗମଣ୍ଡପ ମଧ୍ୟ ଏହି ସମୟରେ ଯାଞ୍ଚ ହେବ ବୋଲି ଏଏସଆଇ ସୂଚନା ଦେଇଛି। ୩ ମାସ ମଧ୍ୟରେ ଶ୍ରୀମନ୍ଦିର ପରିସରରେ  ଆଲୋକୀକରଣ ହେବ । ଆଲୋକୀକରଣରେ  ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଆଜି ଏକ ଘରୋଇ ସଂସ୍ଥା ଶ୍ରୀମନ୍ଦିର ଆସି ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି। ଆଜି ହେଉଥିବା ଛତିଶାନିଯୋଗ ବୈଠକରେ ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ।

 

Leave A Reply

Your email address will not be published.

ବ୍ରେକିଂ