ପୂର୍ବତନ ବକ୍ସର ଗାଙ୍ଗୋମ ଡିଙ୍କୋ ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ବକ୍ସର(ମୁଷ୍ଟିଯୋଦ୍ଧା) ଗାଙ୍ଗୋମ ଡିଙ୍କୋ ସିଂହଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ସେ ଲିଭର୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ମଣିପୁର ବାସିନ୍ଦା ଗାଙ୍ଗୋମ ଡିଙ୍କୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

୨୦୧୭ ମସିହାରୁ ସେ ରୋଗାଗ୍ରସ୍ତ ଥିଲେ । କ୍ୟାନସର ସହ ଗତବର୍ଷ କରୋନାରେ ବି ସଂକ୍ରମିତ ହୋଇଥିଲେ ଗାଙ୍ଗୋମ ଡିଙ୍କୋ ସିଂହ । କରୋନାରୁ ସୁସ୍ଥ ହୋଇଥିଲେ ବି କ୍ୟାନସରକୁ ହରାଇପାରିଲେ  ନାହିଁ ଗାଙ୍ଗୋମ ଡିଙ୍କୋ ସିଂହ ।

୧୯୯୮ ମସିହାରେ ବ୍ୟାଙ୍କକରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେହିବର୍ଷ ତାଙ୍କୁ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ରେ ଗାଙ୍ଗୋମ ଡିଙ୍କୋ ସିଂହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କ ସମେତ ବହୁ କ୍ରୀଡ଼ାବିତ ଓ ବିଶିଷ୍ଟ ବ୍ୟକ୍ତି ଗାଙ୍ଗୋମ ଡିଙ୍କୋ ସିଂହଙ୍କର ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛନ୍ତି  ।

 

Leave A Reply

Your email address will not be published.

ବ୍ରେକିଂ