ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଇସ୍ତଫା ଦେଲେ

ଗୌହାଟୀ : ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସର୍ବାନନ୍ଦ ସୋନୱାଲଙ୍କ ଇସ୍ତଫା ପରେ ଆସାମବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ସେପଟେ ବିଧାୟକ ଦଳର ବୈଠକ ଆରମ୍ଭ ହୋଇଛି । ଯେଉଁଥିରେ ବିଜେପି ନେତା ବି.ଏଲ୍ ସନ୍ତୋଷ, ବୈଜୟନ୍ତ ପଣ୍ଡା ଏବଂ ଅଜୟ ଜାମୱାଲ ଉପସ୍ଥିତ ଅଛନ୍ତି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି।

ହେମନ୍ତ ବିଶ୍ୱ ଶର୍ମା ଆସାମର ନୂତନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗତକାଲି ବିଜେପି ହାଇକମାଣ୍ଡ ସର୍ବାନନ୍ଦ ସୋନୱାଲ ଏବଂ ହେମନ୍ତ ବିଶ୍ୱ ଶର୍ମାଙ୍କୁ  ବୈଠକ ପାଇଁ ଦିଲ୍ଲୀ ଡକାଇଥିଲା। ଗତକାଲି ଦିଲ୍ଲୀରେ ଦୁଇ ନେତା ବିଜେପି ସଭାପତି ଜେପି ନଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ।

Leave A Reply

Your email address will not be published.

ବ୍ରେକିଂ