କୋଭିଡରେ ବିଧବା ହୋଇଥିବା ମହିଳାଙ୍କୁ ଆସାମ ସରକାରଙ୍କ ୨.୫ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଆସାମ: କୋଭିଡ ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । କାହାର ଜୀବନ ନେଇଛି ତ ପୁଣି କାହାର ଜୀବିକା ଛଡାଇ ନେଇଛି । ଏଭଳି ପରିସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ରାଜ୍ୟର କୋଭିଡ କାରଣରୁ ବିଧବା ହୋଇଥିବା ମହିଳା ମାନଙ୍କ ପାଇଁ ‘କୋଭିଡ-୧୯ ବିଧବା ସହାୟତା’ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ସହାୟତରେ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ୮ ଟି ଜିଲ୍ଲାର ୧୭୬ ଜଣ ମହିଳାଙ୍କୁ ଚେକ୍ ପ୍ରଦାନ କରିଛନ୍ତି । ଏହାସହ କହିଛନ୍ତି କି ଏହି ଯୋଜନାରେ ବର୍ତମାନ ପର୍ଯ୍ୟନ୍ତ ୮୭୩ ଲାଭାର୍ଥୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଆସନ୍ତା ସପ୍ତାହ ଠାରୁ ନିଜ ଜିଲ୍ଲାର ରାଜ୍ୟମନ୍ତ୍ରୀ ମାନେ ଚେକ୍ ପ୍ରଦାନ କରିବେ ।

Leave A Reply

Your email address will not be published.

ବ୍ରେକିଂ