୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା, ମେ ୨ରେ ଭୋଟ୍ ଗଣନା

ନୂଆଦିଲ୍ଲୀ: ଘୋଷଣା ହେଲା ନିର୍ବାଚନ ତାରିଖ । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଦେଶର ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ , ଆସାମରେ ୩ଟି ପର୍ଯ୍ୟାୟ ଏବଂ ତାମିଲନାଡ଼ୁ , କେରଳ , ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ପଶ୍ଚିମବଙ୍ଗର ମୋଟ୍ ୨୯୪ , ତାମିଲନାଡୁର ୨୩୨ , କେରଳର ୧୪୦ , ଆସାମର ୧୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମୋଟ୍‌ ୩୦ଟି ଆସନ ପାଇଁ ନିର୍ବାଚନ ହେବ । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୨.୭ ଲକ୍ଷ ବୁଥ୍‌ରେ ୧୮ କୋଟିରୁ ଅଧିକ ମତଦାତା ମତଦାନ ସାବ୍ୟସ୍ତ କରିବେ।

ଅନ୍ୟପଟେ, ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ ନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ, ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ , ଏପ୍ରିଲ ୧ , ଏପ୍ରିଲ ୬ , ଏପ୍ରିଲ ୧୦ , ଏପ୍ରିଲ ୧୭ , ଏପ୍ରିଲ ୨୨ , ଏପ୍ରିଲ ୨୬ , ଏପ୍ରିଲ ୨୯ରେ ମତଦାନ କରାଯିବ  । ଆସାମରେ ୩ଟି ପର୍ଯ୍ୟାୟରେ ଯଥା, ମାର୍ଚ୍ଚ ୨୭ , ଏପ୍ରିଲ ୧ , ଏପ୍ରିଲ ୬ ମତଦାନ କରାଯିବ ।

ସେହିପରି କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ମତଦାନ ପାଇଁ ଏପ୍ରିଲ ୬ ଚୂଡାନ୍ତ ତାରିଖ ଘୋଷଣା ହୋଇଛି ।ତେବେ, ସମସ୍ତ ରାଜ୍ୟରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ମେ ୨ ତାରିଖରେ ଭୋଟ୍ ଗଣନା କରାଯାଇ ଏହାର ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.

ବ୍ରେକିଂ