ରାଜଧାନୀରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ୫ଗିରଫ
ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଏଟିଏମ ଲୁଟେରା । ଝାରପଡା କଟକ ରୋଡ ଅଞ୍ଚଳରେ ଏମଟିଏମ ଲୁଟ୍ ଉଦ୍ୟମ କରୁଥିଲେ କିଛି ଦୁର୍ବୃତ୍ତ I ହେଲେ ଲୁଟେରାଙ୍କ ଏହି ଉଦ୍ୟମ ପଣ୍ଡ ହୋଇଛି । ସମ୍ପୃକ୍ତ ଘଟଣାରେ ୫ଜଣଙ୍କୁ ଗିରଫ କରିଛି କମିଶନରେଟ ଅଫ ପୋଲିସ ।
ସୂଚନା ମୁତାବକ, ଶନିବାର ଝାରପଡା କଟକ ରୋଡ ଅଞ୍ଚଳରେ ଲୁଟେରାମାନେ ଏଟିଏମ ଲୁଟ କରୁଥିବା ବେଳେ ସ୍ଥାନୀୟ ଲୋକେ ଜଣକୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ପୋଲିସ ତାକୁ ଗିରଫ କରି ପଚରାଉଚରା ପରେ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ବସ୍ତି ଅଞ୍ଚଳର ବୋଲି ପୋଲିସ ସନ୍ଦେହ କରୁଛି। ତେବେ ପୋଲିସ ସେମାନଙ୍କର ପୁର୍ବୁର କ୍ରାଇମ ରେକର୍ଡ ଯାଞ୍ଚ କରୁଛି ବୋଲି ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି ।