ଭୁବନେଶ୍ୱରରୁ ଏଟିଏମ ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ବରରୁ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ ଠାବ । ଭୁବନେଶ୍ବରର ଟଙ୍କପାଣିରେ ଥିବା ଏକ ଏଟିଏମରେ ଲୁଟ୍ ବେଳେ ୪ ଜଣକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ । ଏମାନେ ସବୁ କାନପୁରର ଓ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ନୀରଜ ସାହୁ, ଜଗେନ୍ଦ୍ର ସିଂହ, ମୁକେଶ ପାଲ ଓ ସଲିମ ଖାନ । ଏଥିସହ ସେମାନଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା, ବିଭିନ୍ନ ବ୍ୟାଙ୍କର ୩୩ଟି ଏଟିଏମ କାର୍ଡ ଓ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର ଜବତ କରିଛି ପୋଲିସ । ଏହି ଅଭିଯୁକ୍ତମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ଏଟିଏମ ଲୁଟ୍ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.

ବ୍ରେକିଂ