ଆଜି ଗଣେଶ ଚତୁର୍ଥୀ

ଭୁବନେଶ୍ୱର : ଆଜି ଶ୍ରୀ ଗଣେଶ ଚତୁର୍ଥୀ । ଶ୍ରୀ ଗଣେଶଙ୍କ ଜନ୍ମତିଥିକୁ ଆମେ ଗଣେଶ ପୂଜା ରୂପେ ପାଳନ କରିଥାଉ । ପରମ୍ପରା ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କ ପୂଜା କରା ଯାଇଥାଏ । ପ୍ରଭୁ ଗଣେଶ ସର୍ବପ୍ରଥମେ ପୂଜିତ ହୁଅନ୍ତି, ସର୍ବପ୍ରଥମେ ତାଙ୍କୁ ପୂଜା କରାଯାଏ, ତାଙ୍କ ପରେ ଅନ୍ୟ ଦେବତାମାନଙ୍କୁ ପୂଜା କରାଯାଏ । ଯେକୌଣସି ରୀତିନୀତିରେ ଭଗବାନ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ କାରଣ ଗଣେଶ ବାଧାବିଘ୍ନର ବିନାଶକାରୀ ଏବଂ ଆସୁଥିବା ସମସ୍ତ ବାଧାବିଘ୍ନକୁ ଦୂର କରନ୍ତି ।

ଭଗବାନ ଗଣେଶ ହେଉଛନ୍ତି ରିଦ୍ଧି ଏବଂ ସିଦ୍ଧଙ୍କର ପ୍ରଭୁ। ତେଣୁ, ତାଙ୍କ ଅନୁଗ୍ରହ ଦ୍ୱାରା ଧନ ଏବଂ ସମୃଦ୍ଧିର କୌଣସି ଅଭାବ ହୁଏନାହିଁ ।

ତେବେ କରୋନା କଟକଣା ପାଇଁ ଏଥର ବି ଗଣେଶ ପୂଜା ଫିକା ପଡିଛି । ଦୁଇ ବର୍ଷ ହେଲା କରୋନା ଯୋଗୁଁ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେଉନି। କେବଳ ପରମ୍ପରା ରକ୍ଷା ଲାଗି ଘରେ ଘରେ ପୂଜା ହେଉଛି। କଟକଣା ଭିତରେ ପୂଜା ହେଉଥିବାରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସେତେଟା ଉତ୍ସାହ ନାହିଁ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି । ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଗହଳି ଦେଖିବାକୁ ମିଳିବ ନାହିଁ  ।ଛାତ୍ରଛାତ୍ରୀଙ୍କୁ ଘରେ ରହି ଗଣେଶ ପୂଜା କରିବାକୁ ପରମର୍ଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ପୂଜା ହେବ ନାହିଁ । କରୋନା କଟକଣା ଯୋଗୁଁ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଧୁମଧାମରେ ଗଣେଶ ପୂଜା ହେବ ନାହିଁ । କେବଳ ବିଧି ପାଳନ ହେବ । ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । 

ପଟେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୁଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ୧୦ରୁ ୧୯ ତାରିଖ ଯାଏ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ ।

Leave A Reply

Your email address will not be published.

ବ୍ରେକିଂ