ବରଗଡ: ଅଟୋ ଓଲଟି ୨ ମୃତ, ୭ ଆହତ

ବିଜେପୁର: ବରାଯାତ୍ରୀ ନେଇ ଫେରୁଥିବା ବେଳେ ଉଲଟି ପଡିଲା ଅଟୋ ।  ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ହୋଇଛନ୍ତି । ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ଛକରେ ଏହି ଦୁର୍ଘଟଣା ଘଟିଛି।

ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ଛକରେ ଦୁର୍ଘଟଣା ହୋଇଛି। ସମସ୍ତେ ସଦର ଥାନା ଅନ୍ତର୍ଗତ ରୁହୁନିଆ ଅଞ୍ଚଳର ବୋଲି ଜଣାପଡିଛି। ବାହାଘର କାମ ସାରି ବରଯାତ୍ରୀ ଦଳ ବରଗଡରୁ ବିଜେପୁରକୁ ଫେରୁଥିବା ବେଳେ ଅଘଟଣ ଘଟିଛି । ଦୁର୍ଘଟଣା ସ୍ଥଳରୁ ଆହତମାନଙ୍କୁ  ଉଦ୍ଧାର କରାଯାଇ ବୁର୍ଲା ସ୍ଥନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.

ବ୍ରେକିଂ