ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

ଦାରିଙ୍ଗବାଡ଼ି  : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ମେଡିକାଲ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି  । ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ,  ଏକ ଯାତ୍ରୀବାହୀ ଅଟୋ  ୨୫ ଜଣ ଲୋକଙ୍କୁ ଧରି ସୋମବାର ଦିନ ସାଢ଼େ ୨ ଟା ସମୟରେ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଅରାକାମ୍ବା ଗ୍ରାମରୁ ପର୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡାସପାଟା ଗ୍ରାମର ଏକ ଭୋଜିକୁ ଯାଉଥିଲା । ଏହି ସମୟରେ ସିମନବାଡ଼ି ମେଡ଼ିକାଲ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଫଳରେ ଅଟୋ ଭିତରେ ବସିଥିବା ୨୫ ଜଣ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅଧିକ ଛୋଟ ପିଲା ରହିଥିବା ବେଳେ ବୃଦ୍ଧବୃଦ୍ଧା ଓ ମଧ୍ୟ ବୟସ୍କ ଲୋକ ରହିଥିଲେ ।

୨୫ ଜଣ ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବାରୁ ସେମାନଙ୍କୁ  ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ୪ ଜଣ ହେଲେ ଅରାକାମ୍ବା ଗ୍ରାମର  ବର୍ଷକର ଶିଶୁ ବର୍ଷା ମଳିକ,ଚିଣ୍ଟୁ ମଳିକ(୧୬),କାନିରୀ ମଳିକ(୬୦),ଲଳିତା ପ୍ରଧାନ(୩୫) । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।  

Leave A Reply

Your email address will not be published.

ବ୍ରେକିଂ