ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ନାଁରେ ନାମିତ ହେବ ଅଯୋଧ୍ୟା ବିମାନବନ୍ଦର । ଅଯୋଧ୍ୟାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ପ୍ରଭୁ ଶ୍ରୀରାମଙ୍କ ନାମରେ ନାମିତ କରାଯିବ ନେଇ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।
ବିମାନବନ୍ଦରର ନାମ ‘ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିମାନବନ୍ଦର’ ରଖାଯିବ । ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ଉପସ୍ଥାପିତ ବଜେଟରେ ଏଥିପାଇଁ ୧୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଅଯୋଧ୍ୟା ବିମାନବନ୍ଦର ପାଇଁ ବ୍ୟବସ୍ଥା ବ୍ୟତୀତ ଏହାକୁ ଏକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିଣତ କରାଯିବା ନେଇ ଯୋଜନା ହୋଇଛି । ଏହି ବିମାନବନ୍ଦରରେ ବିମାନ ଚଳାଚଳ ସଂଖ୍ୟା ୨ ରୁ ୬ କୁ ବୃଦ୍ଧି କରିବା ପାଇଁ ୨୦୦୦ କୋଟି ଟଙ୍କା ମଧ୍ୟ ବଜେଟରେ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଆଜି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ବଜେଟ୍ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମକୁ ବିବୃତ୍ତି ଦେଇଥିଲେ । ଆଲିଗଡ, ମୋରାଦାବାଦ, ମିରଟ ଭଳି ସହର ମଧ୍ୟ ଖୁବ ଶୀଘ୍ର ବିମାନ ସେବା ମାଧ୍ୟମରେ ସଂଯୁକ୍ତ ହେବ ବୋଲି ଯୋଗୀ ଆଦିତ୍ୟନାଥ କହିଥିଲେ ।