ମା ହେଲେ ରେସଲର ବବିତା ଫୋଗଟ, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

ନୂଆଦିଲ୍ଲୀ: ମା ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗଟ । ଭାରତୀୟ ରେସଲର ବା ପହିଲମାନ ବବିତା ଫୋଗଟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ପୁଅର ପ୍ରଥମ ଫଟୋ ସେୟାର କରି ଫ୍ଯାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି ସେ । ଫଟୋ ସେୟାର କରି ବାବିତା ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି । ସେ କହିଛନ୍ତି, ସ୍ୱପ୍ନରେ ବିଶ୍ୱାସ କରନ୍ତୁ । ସ୍ନପ୍ନ ସର୍ବଦା ପୂରଣ ହୁଏ । ଆମର ମଧ୍ଯ ସତ ହୋଇଛି । ନୀଳ ପୋଷାକରେ ଆମ ସ୍ୱପ୍ନକୁ ଦେଖନ୍ତୁ ବୋଲି ସେ କହିଛନ୍ତି ।

ବବିତା ଡିସେମ୍ବର 1, 2019 ରେ ଭାରତୀୟ ରେସଲର ବିବେକ ସୁହାଗଙ୍କୁ ବିବାହ କରିଥିଲେ। ବାବିତା ଦେଶ ପାଇଁ ଅନେକ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି। ସେ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ବେଳେ ବିଶ୍ୱ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ମଧ୍ୟ ଜିତିଛନ୍ତି। ତାଙ୍କୁ ଦେଶର ସମ୍ମାନଜନକ ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ଏହା ବ୍ଯତୀତ ବାବିତା ରାଜନୀତିରେ ମଧ୍ୟ ନିଜର ପାଦ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ସେଠାରେ ସେ ସଫଳ ହୋଇନଥିଲେ। ହରିୟାଣା ବିଧାନସଭା ନିର୍ବାଚନରେ ​​ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସେ ହାରିଯାଇଥିଲେ। ବାବିତା ଫୋଗଟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ପିତା ମହାବୀର ଫୋଗଟଙ୍କ ଝିଅ ଏବଂ ଆନ୍ତର୍ଜାତୀୟ ରେସଲର ଗୀତା ଫୋଗଟଙ୍କ ଭଉଣୀ । ଗୀତା ଏବଂ ବବିତାଙ୍କ ଉପରେ ବଲିଉଡରେ ‘ଦଙ୍ଗଲ’ ନାମକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ