ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ୧୪୪ ଧାରା ଲାଗିବ

ପୁରୀ: ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ୧୪୪ ଧାରା ଲାଗୁ ହେବ । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସଂଧ୍ୟା  ୮ଟାରୁ ୨୧ ତାରିଖ ସଂଧ୍ୟା ୮ଟା ଯାଏଁ କଟକଣା ଜାରି ରହିବ । ବଡଦାଣ୍ଡରେ ଥିବା ସମସ୍ତ ଘର ଛାତ, ବାଲକୋନିରେ ଛିଡା ହେବା ଉପରେ କଟକଣା ଲଗାଯାଇଛି । ସେହିପରି ବଡଦାଣ୍ଡରେ ଥିବା ହୋଟେଲ ଧର୍ମଶାଳା ୧୮ ସୁଦ୍ଧା ଖାଲି ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଚଳିତ ବର୍ଷ ପୁରୀ ରଥଯାତ୍ରା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । କେବଳ ସେବାୟତମାନେ ରଥ ଟାଣିଛନ୍ତି । କରୋନା ମହାମାରୀ ଯୋଗୁଁ ଏଥର ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । ସେହିପରି ବାହୁଡା ଯାତ୍ରାକୁ ମଧ୍ୟ କଟକଣାରେ ପାଳନ କରିବାକୁ ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ