ବାହୁଡା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଲାଗୁ ହେଲା

ପୁରୀ: ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ବାହୁଡା ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ଲାଗୁ ହୋଇଛି । ୨୧ ତାରିଖ ରାତି ୮ଟା ଯାଏଁ ଏହି କଟକଣା ବଳବତ୍ତ ରହିବ ।   ଏହି ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ କଟକଣା ଜାରି କରାଯାଇଛି ।

ଶ୍ରୀଜୀଉଙ୍କୁ ବାହୁଡ଼ାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଅପକ୍ଷୋରେ ୩ ରଥ। ନଅ ଦିନର ଲୀଳାଖେଳା ସାରି ବାହୁଡ଼ିବେ ମହାବାହୁ। ଆଜି ନୀତି ଅନୁସାରେ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ହରିଶୟନ ଏକାଦଶୀରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଛି ।

ଆଜି ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ କରାଯାଇଛି । ଦିନ ୧୨ଟାରୁ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବାକୁ ଥିବାବେଳେ ଏହା ଦିନ ୨ଟା୩୦ ପର୍ଯ୍ୟନ୍ତ ଚାଲିବ। ଦିନ ୨ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ୩ ରଥରେ ଛେରା ପହଁରା ନୀତି। ଅପରାହ୍ଣ ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା ଓ ଘୋଡ଼ା ଯଚା କାର୍ଯ୍ୟ। ଅପରାହ୍ଣ ୪ଟାରୁ ଶ୍ରୀଜୀଉଙ୍କ ରଥଟଣା ନେଇ ସମୟ ନିର୍ଘଣ୍ଟ କରାଯାଇଛି।

କରୋନା ସଂକ୍ରମଣ ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେବାୟତ ମାନେ ରଥ ଟାଣି ଗୁଣ୍ଡିଚା ମନ୍ଦିର ନେଇଥିଲେ । ସେହିପରି ବାହୁଡା ଯାତ୍ରା ମଧ୍ୟ ବିନା ଭକ୍ତରେ ପାଳନ ହେବ । ଏହି ସମୟରେ କଟକଣାକୁ କଡାକଡି ଭାବେ ପାଳନ କରାଯିବ ।

Leave A Reply

Your email address will not be published.

ବ୍ରେକିଂ