ଆଜି ରାତି ୮ଟାରୁ ବଡଦାଣ୍ଡରେ କର୍ଫ୍ୟୁ

ପୁରୀ:  ଆସନ୍ତାକାଲି ବାହୁଡା ଯାତ୍ରା। କୋଭିଡ ଗାଇଡଲାଇନ ଓ ସରକାରଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ପ୍ରକାର କାର୍ଯ୍ୟ କରାଯିବ। ଏହାକୁ ନଜରରେ ରଖି ବାହୁଡା ଯାତ୍ରା ପାଇଁସ୍ଵତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି। ସହରରେ ସୁରକ୍ଷା ବ୍ୟବସ୍ଥା ପାଇଁ ମୋଟ ୬୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥିସହ ୪ ଶହ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି।

ଯେପରି ବିନା ଭକ୍ତରେ ରଥଯାତ୍ରା ପାଳିତ ହୋଇଥିଲା ସେପରି ବାହୁଡାଯାତ୍ରାଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ପାଳନ କରାଯିବ। ସେଥିପାଇଁ ଆଜିରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହର ସମେତ ବଡଦାଣ୍ଡରେ କର୍ଫ୍ୟୁ ସହ ୧୪୪ ଧାରା ଜାରି କରାଯିବ।

ପୁରୀକୁ ସମସ୍ତ ପ୍ରବେଶ ପଥ ସିଲ୍ ହେବ । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରିବ ପୋଲିସ । ଆଜି ରାତି ୮ଟା ପରେ ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ମନା । ନିୟମର ଉଲ୍ଲଂଘନ କରି ପୁରୀରେ କେହି ପ୍ରବେଶ ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ପୁରୀରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଥିଲେ ଆଇନଶୃଙ୍ଖଳା ଏଡିଜି ।

Leave A Reply

Your email address will not be published.

ବ୍ରେକିଂ