ବିପଦ ସଙ୍କେତ ଉପରେ ବୈତରଣୀ

 ଭଦ୍ରକ: ଉପର ମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ବୈତରଣୀ ନଦୀର ଜଳସ୍ତର। ଭଦ୍ରକ ଜିଲା ଆଖୁଆପଦାଠାରେ ନଦୀଠାରେ ନଦୀ ବିପଦ ସଙ୍କେତ ୧୭.୬୩ ମିଟର ରହିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୧୭.୮୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ପୁଣି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହେବ ବୋଲି ଆଶଙ୍କା ଦେଖାଦେଇଛି। ସେପଟେ ବନ୍ୟା ଆଶଙ୍କାକୁ ଦୃଷ୍ଟି ରେ ରଖି ପ୍ରଶାସନ ସଜାଗ ରହିଛି।

ଅନ୍ୟପଟେ , ଉତ୍ତର ଓଡିଶାରେ ବନ୍ୟା ସ୍ଥିତି ନେଇ ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଜଳକା ନଦୀର ତଳ ମୁଣ୍ଡରେ ୪ଟି ଘାଇ ହୋଇଛି । ପାଣି କମିଲେ ମରାମତି କରାଯିବ । ବର୍ତମାନ ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ବିପଦ ସଂକେତ ଛୁଇଁପାରେ । ମହାନଦୀ ଅବବାହିକାରେ ବର୍ତମାନ ସେପରି କିଛି ସମସ୍ୟା ନାହିଁ । ଗାଇଡଲାଇନ ଅନୁସାରେ, ହୀରାକୁଦରେ ଗେଟ ଖୋଲୁଛି, ବନ୍ଦ ହେଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ