ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା । ଏହାକୁ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କଲା ୟୁଜିସି । ପୂର୍ବରୁ ଏହାକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଥିଲେ । ଏନେଇ ପ୍ରଥମେ ଆପତ୍ତି ଉଠାଇଥିଲା ୟୁଜିସି । ରାଜ୍ୟ ସରକାରଙ୍କ ଚିଠି ପରେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛି ୟୁଜିସି ।

 

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍  କରି ଜଣାଇଛନ୍ତି। ଟ୍ୱିଟରେ ସେ ଉଲ୍ଲେକ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମହାବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ଏହା ନିଶ୍ଚିତ ପଶ୍ଚିମ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଆକାଂକ୍ଷା ପୂରଣ କରିବ । ଏହା ନୂଆ ଶିକ୍ଷାନୀତିର ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରିବ ବୋଲି କହିଛନ୍ତ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.

ବ୍ରେକିଂ