୮ ବର୍ଷର ନାବାଳିକା ନାଁରେ ସମନ ଜାରି କରି ହରଡ଼ଘଣାରେ ବାଲିପାଟଣା ପୋଲିସ

ବାଲିପାଟଣା: ନାବାଳିକା ନାଁରେ ସମନ ଜାରି କରି ହରଡ଼ଘଣାରେ ପୋଲିସ । ଜଣେ ୮ବର୍ଷର ନାବାଳିକାକୁ ସମନ ଜାରି କରି ହରଡ଼ଘଣାରେ ପଡିଛି ବାଲିପାଟଣା ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଦଫା ୧୦୭ (ଶାନ୍ତି ଭଙ୍ଗ ନ କରିବା )ବଳରେ ଏହି ନାବାଳିକା ସମେତ ପରିବାର ୪ ଜଣଙ୍କ ନାମରେ ଗତ ଡିସେମ୍ବର ମାସରେ ବାଲିପାଟଣା ପୁଲିସ ସମନ ଜାରି କରିଥିଲା ।

ସୂଚନାଯୋଗ୍ୟ, ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅଧିନସ୍ଥ ଦେଉଳିଧରପୁର ଗାଁର ଧର୍ମାନନ୍ଦ ଜେନା ଏବଂ ଅକ୍ଷୟ କୁମାର ଜେନାଙ୍କ ପରିବାର ମଧ୍ୟରେ ଗତ ଡିସେମ୍ବର ମାସ ୧୫ ତାରିଖରେକୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା | ଘଟଣା ସମ୍ପର୍କରେ ବାଲିପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାରେ ଉଭୟ ପରିବାର ଲୋକଙ୍କୁ ସମନ ଜାରି କରିଥିଲା । ମାତ୍ର ଉକ୍ତ ସମନ ମଧ୍ୟରେ ଜଣେ ୮ ବର୍ଷର ନାବାଳିକାଙ୍କ ନାମ ରହିଥିଲା ।

ଉକ୍ତ ସମନରେ ନାବାଳିକାଙ୍କ ବୟସ ୮ ପରିବର୍ତ୍ତେ ୧୯ ବର୍ଷ ଦର୍ଶାଯାଇଛି । ଜଣେ ୮ ବର୍ଷର ନାବାଳିକାଙ୍କୁ ୧୦୭ ଦଫାରେ ସମନ ଜାରି ଘଟଣାକୁ ନେଇ ଉକ୍ତ ପରିବାର ମାନସିକ ସ୍ତରରେ ଆଘାତ ପାଇବା ପରେ ନାବାଳିକାକୁ ସାଙ୍ଗରେ ନେଇ ତାଙ୍କ ପିତାମାତା ଆଜି ଭୁବନେଶ୍ୱର ଅତିରିକ୍ତ ଡ଼ିସିପିଙ୍କ କୋର୍ଟରେରେ ହାଜର ହୋଇଥିଲେ ।

ଏ ସମ୍ପର୍କରେ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ତାଙ୍କ ଉତ୍ତରରେ ଏହା ଭୁଲ୍‌ ବସତଃ ହୋଇଯାଇଛି ବୋଲି ସ୍ୱୀକାର କରିବା ସହି କମ୍ପ୍ୟୁଟରରେ କପି ପେଷ୍ଟ ସମୟରେ ଏହି ତ୍ରୁଟି ହୋଇଛି ବୋଲି କହିଛନ୍ତି  । ତେବେ, ଏଭଳି କାର୍ଯ୍ୟକୁ ନେଇ ପୋଲିସ ବିଭାଗର ଅପାରଗତାକୁ ସ୍ପଷ୍ଟ ଦର୍ଶାଉଛି ।

Leave A Reply

Your email address will not be published.

ବ୍ରେକିଂ