ବାନାନା କଚୋରି

ସାମଗ୍ରୀ: ୧ କପ ଅଟା, ୧ କପ ସିଝା କଦଳୀ, ୨-୩ ଟେବୁଲ ଚାମଚ ଦହି, ଅଳ୍ପ ଚିନି, ଅଧା ଟିସ୍ପୁନ୍ ଜିରା, ଅଧା ଚାମଚ ବେକିଂ ସୋଢ଼ା, ଅଧା ଚାମଚ କଳା ଜିରା ପାଉଡର, ଆବଶ୍ୟକତା ଅନୁସାରେ ତେଲ (କଚୋରି ଛାଣିବା ପାଇଁ) କିଛି ଗୁଣ୍ଡ ବାଦାମ ୤

ପ୍ରଣାଳୀ : ସିଝା କଦଳୀରୁ ଚୋପା କାଢ଼ି ବାହାର କରି ଦିଅନ୍ତୁ୤ ଏଥିରେ ଦହି, ଚିନି, ଜିରା, ବେକିଂ ସୋଢ଼ା ଓ କଳା ଗୋଲମରିଚ ପକାଇ ମିକ୍ସ କରି ଦିଅନ୍ତୁ୤ ଏଥିରେ ବାନାନା ମିକ୍ସ ପକାଇ ଅଳ୍ପ ଚକଟି ଦିଅନ୍ତୁ୤ ପରେ ଏକ ପାତ୍ରରେ ଶୁଖ଄ଲା ଅଟାରେ ଆବଶ୍ୟକ ମୁତାବକ ପାଣି ଓ ଅଳ୍ପ ଲୁଣ ଏବଂ ଗୋଟିଏ କଦଳୀ ସିଝାକୁ ପକାଇ ଅଟାକୁ ଚକଟି ଦିଅନ୍ତୁ୤ ଅଟାକୁ କିଛି ସମୟ ରଖ଄ ଦିଅନ୍ତୁ୤ ଏବେ ଅଟାକୁ ଛୋଟ ଛୋଟ ଗୋଳା ତିଆରି କରନ୍ତୁ୤ ହାତ ଚକିରେ ରଖ଄ ଗୋଳାକୁ ପାତ୍ର ପରି କରି ଏହା ଭିତରେ କଦଳୀ ପୁର ଭରି ଗୋଳା ବନ୍ଦ କରନ୍ତୁ୤ ପରେ ଗୋଟିଏ ଗୋଟିଏ ଗୋଳାକୁ ନେଇ ବେଲଣାରେ ତେଲ ଦେଇ କଚୋରି ସେପ ଦେଇ ବେଲି ଦିଅନ୍ତୁ୤ ଏହି କଚୋରିକୁ ଗରମ ତେଲରେ ଛାଣିବା ପାଇଁ ପକାନ୍ତୁ, ଇଷତ୍ ଲାଲ ପଡିଲେ ବାହାର କରି ଦିଅନ୍ତୁ୤ ଏବେ ଗରମା ଗରମ କଚୋରିକୁ ନେଇ ଟମାଟୋ ଓ ଚିଲିସସ୍ ସହ ଖଣ୍ଡବାଦାମ ଛଣା ଲଙ୍କା ଓ ପିଆଜ କଟା ସଜାଇ ଖାଆନ୍ତୁ୤

Leave A Reply

Your email address will not be published.

ବ୍ରେକିଂ