ମହିଳାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କାଲି ସଇଁତଲା ବନ୍ଦ

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ଚାଲିଥିବା ନବରାତ୍ର ଦୁର୍ଗାପୂଜା ଆଳତୀ ସମୟରେ ଲୋକ ଓ ମହିଳାଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଅଭିଯୋଗ । ଯାହାଫଳରେ ଘଟଣାକୁ ନେଇ ଲୋକେ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହାର ପ୍ରତିବାଦରେ ଆସନ୍ତାକାଲି  ସଇଁତଲା ଅଞ୍ଚଳବାସୀ ସହରକୁ ବନ୍ଦ ଡାକରା ଦେବା ସହ  ଥାନା ଅଧିକାରୀଙ୍କ ବଦଳି ଦାବୀ  କରିଛନ୍ତି  l

ସୂଚନାଯୋଗ୍ୟ ସଇଁତଲା ସହରରେ ନବରାତ୍ର ଦୁର୍ଗାପୂଜା ଆଳତୀ ସମୟରେ ହଠାତ ସଇଁତଲା ତହସିଲଦାର ଯୋଗେଶ୍ୱର ଧରୁଆ  ଓ ଆଇଆଇସି ସଂଗ୍ରାମକେଶରୀ ପଟ୍ଟନାୟକ ମଣ୍ଡପ ପରିସରକୁ ପହଞ୍ଚି ମାଇକକୁ ଛଡାଇ ନେଇ ଆଳତୀ ବନ୍ଦ କର ବୋଲି କହିଥିଲେ । ଏଥିସହ ଉପସ୍ଥିତ ମହିଳା ଓ ଲୋକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ  । ଯାହାକୁ ନେଇ ପୋଲିସର ଏହି ଦମଙ୍ଗଗିରି କୁ ଲୋକେ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.

ବ୍ରେକିଂ