ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ବାରଙ୍ଗ : ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର । ଓଏଏସ ବିଚିତ୍ରାନନ୍ଦ ନାୟକଙ୍କ ଗାଡିରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି ଭିିଜିଲାନ୍ସ।

ସୂଚନାମୁତାବକ ଆଜି ତହସିଲଦାର ବିଚିତ୍ରାନନ୍ଦ ନାୟକ ମଧ୍ୟାହ୍ନ ପ୍ରାୟ ୩:୩୦ ସମୟରେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ, ରଘୁନାଥପୁର ବ୍ରିଜ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଥିଲେ। ଅନୁସନ୍ଧାନ ବେଳେ ଟିମ୍ ନାୟକଙ୍କ ଗାଡିରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିବାରେ ସଫଳ ହୋଇଥିଲା । ତେବେ ଏହି ଟଙ୍କା କେଉଁଠୁ ଆସିଲା ତାହାର ତଦନ୍ତ କଲା ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି କଟକ ଭିଜିଲାନ୍ସ ଏସପି ।

Leave A Reply

Your email address will not be published.

ବ୍ରେକିଂ