ବରଗଡ ପୋଲିସ ହେପାଜତରେ ଯୁବକଙ୍କ ମତ୍ୟୁ ଘଟଣା: ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର

ବରଗଡ: ବରଗଡ ପୋଲିସ ହାଜତ ମୃତ୍ୟୁ ଓ ଲାଠିଚାର୍ଜ ଘଟଣାରେ ପୁଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ବରଗଡ ଟାଉନଥାନାର ୨ ଜଣ ଏଏସଆଇ ଜଣେ ଏସଆଇ ଓ ଜଣେ ହୋମଗାର୍ଡଙ୍କୁ କାର୍ଯ୍ୟାନ୍ତର କରାଯାଇଛି ।

ବରଗଡ ଏସପିଙ୍କ ନିର୍ଦ୍ଦେଶରେ ବରଗଡ ଟାଉନ ଥାନାର ୪ ଜଣ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିବୃତ ରଖାଯାଇଛି । ସେମାନେ ହେଲେ ସବ ଇନ୍ସପେକ୍ଟର ମଙ୍ଗଲ କିସ୍କୋ, ଏଏସଆଇ ପିତାମ୍ବର ବେହେରା, ଏଏସଆଇ କ୍ଷୀରୋଦ ବିଶ୍ୱାଳ ଓ ହୋମଗାର୍ଡ ଗୋପବନ୍ଧୁ ଜଗଦଲା । ଆଗକୁ ଏଚଆରପିସି ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବରଗଡ ଏସପି ରାହୁଲ ଜୈନ ।

Leave A Reply

Your email address will not be published.

ବ୍ରେକିଂ