ଆଇପିଏଲ-୨୦୨୧ ବାତିଲ

ନୂଆଦିଲ୍ଲୀ : ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ପରେ ବାତିଲ ହୋଲା ଚଳିତ ବର୍ଷର ଆଇପିଏଲ । କରୋନା କାରଣରୁ ଆଇପିଏଲ୍ ୨୦୨୧ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଛି । ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଥିଲା। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପୂର୍ବରୁ ସନ ରାଇଜର୍ସ ହାଇଦ୍ରାବାଦ୍‌ର ରିଦ୍ଧିମାନ ସାହା  ଓ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଦିନରେ ୪ ଜଣ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ବିସିସିଆଇ ଆଇପିଏଲର ଚଳିତ ସିଜିନକୁ ବାତିଲ କରିଛି।

୪ କ୍ରିକେଟଙ୍କ ବ୍ୟତୀତ ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ୍ ଏଲ ବାଲାଜୀ ଓ ବସ୍‌ କ୍ଲିନର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

Leave A Reply

Your email address will not be published.

ବ୍ରେକିଂ