ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ନୂଆ ଜର୍ସି

ନୂଆଦିଲ୍ଲୀ: ଅକ୍ଟୋବର ୧୭ ରେ  ୟୁଏଇ ଓ ଓମାନରେ ଅନୁଷ୍ଠିତ ହେବ ଟି -୨୦ ବିଶ୍ୱକପ ୨୦୨୧ । ଏଥିପାଇଁ  ଭାରତୀୟ କ୍ରିକେଟ୍ ଦଳ ନୂଆ ଜର୍ସିରେ ନଜର ଆସିବେ । ଏନେଇ ବିସିସିଆଇ ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସିର ଉନ୍ମୋଚନ କରିଛି । ବିସିସିଆଇ ଟ୍ୱିଟ୍ କରି ଜର୍ସିର ଉନ୍ମୋଚନ କରିବା ସହିତ ଲେଖିଛି ବିଲିୟନ ଖୁସିର ଜର୍ସି ଉପସ୍ଥାପନ ହେଲା! ଜର୍ସିରେ ଥିବା ଢାଞ୍ଚାଗୁଡ଼ିକ ପ୍ରଶଂସକଙ୍କ ବିଲିୟନ ଖୁସି ଦ୍ୱାରା ଅନୁପ୍ରାଣିତ ହୋଇଛି ବୋଲି ବିସିସିଆଇ ଟ୍ୱିଟ୍ କରିଛି ।

ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଏବଂ ରାଉଣ୍ଡ- ୨ର ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ଦଳ ସହିତ ଭାରତୀୟ କ୍ରିକେଟ୍ ଦଳ ଗ୍ରୁପ୍ ୨ରେ ସ୍ଥାନ ପାଇଛି। ଭାରତ ଅକ୍ଟୋବର ୨୪ ରେ ଦୁବାଇରେ ପାକିସ୍ତାନ ବିରୋଧରେ ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.

ବ୍ରେକିଂ