ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନାମରେ ନକଲି ନୋଟିସ

କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନାମରେ ନକଲି ନୋଟିସ । ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତଙ୍କୁ ନକଲ କରି କିଛି ଦୁର୍ବୁତ୍ତ ବିଶ୍ୱବିଦ୍ୟାଳୟ ପରିସର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୋଲିବା ନେଇ ଏକ ନୋଟିସ ସୋସିଆଲ ମେଡିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି ।

ଏହା ଜଣାପଡିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷଙ୍କ ପକ୍ଷରୁ ନକଲି ନୋଟିସ କୁ ଧ୍ୟାନ  ନଦେବାକୁ ଛାତ୍ରଛାତ୍ରୀଙ୍କୁ  ପରାମର୍ଶ ଦିଆଯାଇଛି । ଏ ପର୍ଯ୍ୟନ୍ତ କ୍ୟାମ୍ପସ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ପରିସ୍ଥିତି କୁ ଦୁଷ୍ଟିରେ ରଖି ଏ ସମ୍ବନ୍ଧରେ ନିଷ୍ପତି ନିଆଗଲେ ତାହା ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟ୍ସ ଏବଂ ଗଣମାଧ୍ୟମ ଜରିଆରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିବାବକ ମାନଙ୍କୁ ଜଣ।ଇ ଦିଆଯିବ ବୋଲି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଥାଉ କି ଯେ ପର୍ଯ୍ୟନ୍ତ ଏହି ନିଷ୍ପତି ନିଆଯାଇ ନାହିଁ  ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ  ମାନଙ୍କ ପାଇଁ ଅନଲାଇନ କ୍ଲାସ ଜାରି ରହିବ ।

 

Leave A Reply

Your email address will not be published.

ବ୍ରେକିଂ