ରାଇଘରରେ ଭାଲୁ ଆତଙ୍କ

ରାଇଘର : ଗାଁ ମୁହାଁ ଭାଲୁ । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ।  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତିଶଗଡ ସୀମାନ୍ତ ହାଟଭରାଣ୍ଡି ପଞ୍ଚାୟତର ସନାରପାରା ଗ୍ରାମରେ ଏକ ଭାଲୁ ଗ୍ରାମ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ।

ତେବେ ଭାଲୁକୁ ଦେଖି ଗ୍ରାମବାସୀ ପାଟିତୁଣ୍ଡ ସହ ବାଡି ଧରି ଦୌଡାଇଥିଲେ । ଫଳରେ ଉକ୍ତ ଭାଲୁ ସୋନାରପାରା ଗ୍ରାମରୁ ଡବରିପାରା ଅଂଚଳରେ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି l

ସେହିପରି କିଛି ଦିନ ହେବ ରାଇଘର ବ୍ଲକର ଅନେକ ଗ୍ରାମରେ ଭାଲୁ ଗାଁ ମୁହାଁ ହେଉଥିବା ଖବର ଆସିବାରେ ଲାଗିଛି l କିଛି ଦିନ ତଳେ ରାଇଘର – ଉମରକୋଟ ମୁଖ୍ୟ ରାସ୍ତା ଉପରେ ଏକ ଭାଲୁ ଚାଲି ଆସିଥିବା ବେଳେ ମୁଣ୍ଡିବେଡ଼ା ପଞ୍ଚାୟତର ଏକ ଦମ୍ପତି ଉପରେ ଭାଲୁ ଆକ୍ରମଣ କରିଥିଲା l

Leave A Reply

Your email address will not be published.

ବ୍ରେକିଂ