ରାମଚନ୍ଦ୍ରପୁରର ଜରଦା ଗାଁରେ ଭାଲୁ ଆତଙ୍କ

ଅଳତୀ: ରାମଚନ୍ଦ୍ରପୁର ଥାନା ଜରଦା ଗାଁରେ ପଶିଛି ଭାଲୁ । ଭାଲୁକୁ ଦେଖି ଗାଁ ଲୋକେ ଭୟଭୀତ । ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ ଭାଲୁଟି ଗାଁ ଭିତରେ ବୁଲୁଥିବା ଦେଖି ଲୋକେ ପାଟିତୁଣ୍ଡ କରିବାରୁ ଭାଲୁଟି ଗାଁରେ ଥିବା ବାଙ୍କେଶ୍ବର ମନ୍ଦିର ନିକଟ ଏକ ବୁଦା ତଳେ ଲୁଚି ରହିଛି । ବରାଙ୍ଗ ଜଙ୍ଗଲରୁ ଗଁପୁର ରାସ୍ତା ଦେଇ ଏହି ଭାଲୁଟି ଏନଏଚ୨୦ ରାସ୍ତା ପାରି ହୋଇ ଜରଦା ଗାଁରେ ପଶିଥିବା ଅନୁମାନ କରାଯାଉଛି । ଭାଲୁଟି କିଭଳି ସୁରକ୍ଷିତ ଭାବେ ପୁଣି ଥରେ ଜଙ୍ଗଲକୁ ଚାଲିଯିବ ସେ ନେଇ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି।

ସେହିପରି ପୋଲିସ କର୍ମଚାରୀ ଗ୍ରାମର ଲୋକମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଘରୁ ନବାହାରିବାକୁ ପରାର୍ମଶ ଦେଇଛନ୍ତି । ଏଥିସହ ଗ୍ରାମ ଭିତରକୁ ଯେମିତି ଭାଲୁ ପ୍ରବେଶ ନକରି ପାରିବ ସେଥିପାଇଁ ରାସ୍ତାରେ ବାରିକେଟ୍ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ