ଗୋଟିଏ ଘରୁ ୫ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ : ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି  । ସେହିପରି ୨ ବର୍ଷର ଶିଶୁକନ୍ୟାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏଭଳି ଏକ ଦୁଃଖଦ ଘଟଣା ବେଙ୍ଗାଲୁରୁରେ ସାମ୍ନାକୁ ଆସିଛି । ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ ହେବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଛି। ଏମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ଏମାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ୪ ଜଣଙ୍କ ମୃତଦେହ ଭିନ୍ନ ଭିନ୍ନ କକ୍ଷରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ନଅ ମାସର ଶିଶୁର ମୃତଦେହ ଖଟ ଉପରୁ ଉଦ୍ଧାର କରାଯାଇଛି। ସେହିପରି ଅଢେଇ ମାସର ଏକ ଶିଶୁକୁ ଘର ଭିତରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମାତ୍ର ତା’ର ସ୍ୱାସ୍ଥ୍ୟ ଅବସ୍ଥା ଭୋକ କାରଣରୁ ଅସୁସ୍ଥ ଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

ବ୍ରେକିଂ