ଥାନା ମୃତ୍ୟୁ ମାମଲାରେ ୨ ପୁଲିସ କର୍ମଚାରୀ ସସପେଣ୍ଡ

ଗଂଜାମ: ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଡିଆଇଜି ଓ ଏସପିଙ୍କ ଘଟଣାସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୋଳନ୍ଥରା ଥାନାର ୨ ପୁଲିସ କର୍ମଚାରୀଙ୍କୁ ସ୍ସପେଣ୍ଡ କରାଯାଇଛି।

ଗୋଳନ୍ଥରା ଥାନା ଡିସିଓ ତଥା ଏଏସଆଇ ପି.ସି ଆଚାର୍ଯ୍ୟ ଓ କନଷ୍ଟେବଲ ସେଣ୍ଟ୍ରି ଡି.ପି ଜେନାଙ୍କୁ ସସ୍ପେଣ୍ଡ କଲେ ଏସ୍ପି। ଉଭୟଙ୍କୁ ସସପେଣ୍ଡ ସହ ଗୋଳନ୍ଥରା ଆଇଆଇସିଙ୍କୁ ବଦଳି କରାଯାଇଛି। ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହାନ୍ତଙ୍କୁ ଗୋଳନ୍ଥରା ଥାନା ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି। ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି।

ଗତକାଲି ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଭିତରେ ହାଜତରୁ ଗଣେଶ ଡାକୁଆ ନାମକ ଜଣେ ଅଭିଯୁକ୍ତର ମୃତଦେହ ମିଳିଥିଲା। ସଂପୃକ୍ତ ଅଭିଯୁକ୍ତ ଜଣକ ଏହି ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର। ଏକ ଗଣ୍ଡଗୋଳ ମାମଲାରେ ତାଙ୍କୁ ପୁଲିସ ଥାନାକୁ ଆଣିଥିଲା।

Leave A Reply

Your email address will not be published.

ବ୍ରେକିଂ