କେଉଁ ସମୟରେ କରିବେ ଯୋଗ ଓ ବ୍ୟାୟାମ?

ସ୍ୱାସ୍ଥ୍ୟ ଟିପ୍ସ: ବ୍ୟସ୍ତବହୁଳ ଜୀବନରେ, ଆମେ ବ୍ୟାୟାମ କରିବାକୁ ସମୟ ପାଉନାହୁଁ। କିନ୍ତୁ, ସୁସ୍ଥ ଶରୀର ପାଇଁ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଆମକୁ ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। ହେଲେ ଅଧିକାଂଶ ଲୋକ ଜାଣିନାହାନ୍ତି ବ୍ୟାୟାମ କେଉଁ ସମୟରେ କରିବା ଦରକାର। ଆସନ୍ତୁ ଜାଣିବା ଯୋଗ  ଓ ବ୍ୟାୟାମ କେଉଁ ସମୟରେ କରିବେ?

ଲୋକେ ସେମାନଙ୍କର ସୁବିଧା ଅନୁଯାୟୀ  ଯୋଗ ବା ବ୍ୟାୟାମ କରିଥାଆନ୍ତି। ହେଲେ ସକାଳ ସମୟ ବ୍ୟାୟାମ କରିବାର ସଠିକ୍‌ ସମୟ। ମଳତ୍ୟାଗ କରିସାରିବା ପରେ ବ୍ୟାୟାମ କରିବା ଭଲ। ଏହାଦ୍ୱାରା ଶରୀରରେ ଜମା ହୋଇଥିବା ଚର୍ବି ଝାଳ ମାଧ୍ୟମରେ ବାହାରିଥାଏ।

ସକାଳୁ ଜଲଦି ଉଠି ବ୍ୟାୟାମ କରିବା ଦ୍ୱାରା ଭଲ ନିଦ ହୋଇଥାଏ। ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସନ୍ଧ୍ୟା ଅପେକ୍ଷା ସକାଳେ ବ୍ୟାୟାମ କଲେ ଏହା ଭଲ ନିଦ କରିବାରେ ସହାୟକ ହୋଇଥାଏ।

ବ୍ୟାୟାମ କରିବା ପୂର୍ବରୁ    କରିବେ ?

  • ଖାଲି ପେଟରେ ବ୍ୟାୟାମ କରନ୍ତୁ ନାହିଁ। କିଛି ଫଳ ଖାଇ ବ୍ୟାୟାମ କରନ୍ତୁ।
  • ଜିମ୍‌ରେ ୱାର୍କଆଉଟ୍ କରିବାର ଦୁଇ ଘଣ୍ଟା ପୂର୍ବରୁ ଏବଂ ପରେ ପ୍ରଚୁର ପାଣି ପିଅନ୍ତୁ।
  • ୱାର୍କଆଉଟ୍ କରିବା ପୂର୍ବରୁ ନିଜକୁ ୱାର୍ମ ଅପ୍ କରିବା ଯେମିତି ଜରୁରୀ ସେହିପରି ୱାର୍କଆଉଟ୍‌ର ଶେଷରେ ନିଜକୁ କୁଲ୍ ଡାଉନ୍ କରିବା (ଧୀରେ ଧୀରେ ବ୍ୟାୟାମ କରିବା) ସେତିକି ଜରୁରୀ।
  • ଏକ୍ସରସାଇଜ କରିବା ଜରୁରୀ କିନ୍ତୁ ଅତ୍ୟଧିକ ବ୍ୟାୟାମ କରିବା ବି ଖରାପ।

Leave A Reply

Your email address will not be published.

ବ୍ରେକିଂ