ଭୁବନେଶ୍ୱରରେ ଭାରତ ବନ୍ଦ ପ୍ରଭାବ

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘର(CAIT) ଭାରତ ବନ୍ଦର ପ୍ରଭାବ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ବାଣିଜ୍ୟିକ ବନ୍ଦରେ ସାମିଲ ହୋଇଛି ସିଏଆଇଟିର ଓଡ଼ିଶା ଶାଖା । ସମର୍ଥନ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ବନ୍ଦ ରହିଛି ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ।

ଭୁବନେଶ୍ୱର ରାଜରାସ୍ତାରେ କାଁ ଭାଁ ଗାଡ଼ିମୋଟର ଗଡୁଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ପରିବେଶ ଖାଁ ଖାଁ ଲାଗୁଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି ୨୦ ପ୍ଲାଟୁନ୍‌ ଫୋର୍ସ । ବିଧାନସଭା ଏବଂ ଲୋକସେବା ଭବନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ