ସୋମବାର ଓଏସଆରଟିସି ବସ୍ ସେବା ୩ଟା ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର: ଭାରତ ବନ୍ଦକୁ ଦୃଷ୍ଟିରେ ରଖ୍ ସୋମବାର ଓଏସ୍‌ଆର୍‌ଟିସି ବସ୍ ସେବା ବନ୍ଦ ରହିବ । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଓଏସ୍‌ଆର୍‌ଟିସି ବସ୍ ଚଳାଚଳ ବନ୍ଦ ରହିବ ବୋଲି ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ