ଭୀମଟାଙ୍ଗୀରେ ମହିଳାଙ୍କ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ନିଜ ଅପରାଧ ସ୍ୱୀକାର କଲା

ଭୁବନେଶ୍ୱରଭୁବନେଶ୍ୱର ଭୀମଟାଙ୍ଗୀରେ ପ୍ରିୟଙ୍କା ସାହୁଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଏମ୍ସରେ ଚିକିତ୍ସିତ ହେଉଥିବା ହତ୍ୟା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଜେରା ବେଳେ ପଦାକୁ ଆସିଛି ସତ । ଏପରିକି ସୁଇସାଇଡ୍ ନୋଟ୍ ମଧ୍ୟ ନିଜେ ଲେଖିଥିବା ଜଗନ୍ନାଥ ସ୍ୱୀକାର କରିଛି । ପ୍ରିୟଙ୍କାଙ୍କୁ ହତ୍ୟା ପାଇଁ ୪ଦିନ ପୂର୍ବରୁ ସେ ଷଡ଼ଯନ୍ତ୍ର ରଚିଥିଲା ।

ଘଟଣା ଦିନ ଚକୋଲେଟ, ଥଣ୍ଡା, ଛୁରି, ବିଷ, ସିନ୍ଦୂର ଧରି ଆସିଥିଲା  ଜଗନ୍ନାଥ । ପ୍ରିୟଙ୍କାଙ୍କ ଘରେ ପହଞ୍ଚିବା ବେଳକୁ ଘରେ କୁନି ପୁଅ ଥିଲା । ପ୍ରିୟଙ୍କା ଏବଂ ତାଙ୍କ କୁନି ପୁଅ ସହ ସେଲଫି ଉଠାଇଥିଲା ଜଗନ୍ନାଥ । ପଡିଶା ଘର ଲୋକ ଦହିବାର ଦେବାକୁ ଆସିଥିବା ବେଳେ ବାଥରୁମରେ ଜଗନ୍ନାଥ ଲୁଚି ଯାଇଥିଲା  । ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ନେଇଯାଇଥିଲେ । ଘର ମାଲିକ ଚାଲିଯିବା ପରେ ବାଥରୁମରୁ ବାହାରିଥିଲା ଜଗନ୍ନାଥ।

କିଛି ସମୟ ଯୁକ୍ତି ତର୍କ ପରେ ଛୁରୀରେ ବେକ କାଟି ପ୍ରିୟଙ୍କାଙ୍କୁ ହତ୍ୟା କରିଥିଲା । ରକ୍ତ ଜୁଡୁବୁଡୁ ପ୍ରିୟଙ୍କାଙ୍କ ଫଟୋ ତାଙ୍କ ସ୍ବାମୀଙ୍କ ନିକଟକୁ ପଠାଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିଲା ଜଗନ୍ନାଥ ।  ତେବେ ଦହିବରା ପାଇଁ ପ୍ରିୟଙ୍କାଙ୍କ ପୁଅର ଜୀବନ ବଞ୍ଚିଯାଇଥିବା କୁହାଯାଉଛି ।

ଉଲ୍ଲେଖଯଗ୍ୟ ଯେ, ଗତ ୫ତାରିଖରେ ଭୁବନେଶ୍ୱର ଭୀମଟାଙ୍ଗୀର ପ୍ରିୟଙ୍କାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ ପ୍ରଧାନ । ଏହାପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଘଟଣା ପରଠାରୁ ଚିକିତ୍ସା ପାଇଁ ଜଗନ୍ନାଥକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସରୁ ଡିସଚାର୍ଜ ହେବା ପରେ ଜଗନ୍ନାଥଙ୍କୁ ଏୟାରଫିଲ୍ଡ ଥାନାରେ ଜେରା ଚାଲିଛି । ଜଗନ୍ନାଥକୁ ଏସିପି ଓ ଆଇଆଇସିଙ୍କ ସ୍ୱତନ୍ତ୍ର ଟିମ୍ ଜେରା କରୁଥିବା ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ