ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସ୍ଥିର ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ବିଭିନ୍ନ ଅଞ୍ଚଳରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୧ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୧ ଜଣ ରହିଛନ୍ତି । ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି ।

ଅନ୍ୟପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା କମ ରହିଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜଧାନୀରେ ମୋଟ  ୧୦୫୨୬୫ ରେ ପହଞ୍ଚିଛି । ସେହିପରି କରୋନାରେ ଆକ୍ରାନ୍ତ ହୋଇ ୧୦୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ରାଜଧାନୀରେ ୩୪୯୪  ଟି ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

ବ୍ରେକିଂ