ଭୁବନେଶ୍ୱରରୁ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ଦୁଇ ଦିନ ଧରି ବଢିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୬୨୮ ରେ ପହଞ୍ଚିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୨୩ଜଣ ରହିଛନ୍ତି ।

ଅନ୍ୟପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା କମ ରହିଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜଧାନୀରେ ମୋଟ  ୧୦୫୧୨୩ ରେ ପହଞ୍ଚିଛି । ସେହିପରି କରୋନାରେ ଆକ୍ରାନ୍ତ ହୋଇ ୧୦୦୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ରାଜଧାନୀରେ ୩୪୭୫ ଟି ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

ବ୍ରେକିଂ