ଆଂଶିକ ବାତିଲ ହେବ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ବିଶେଷ ଟ୍ରେନ
ଭୁବନେଶ୍ୱର: ଆଂଶିକ ବାତିଲ ହେବ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ବିଶେଷ ଟ୍ରେନ । ଫେବୃଆରୀ ମାସ ୭ ଏବଂ ୮ ତାରିଖରେ ବାଙ୍ଗାଲୋର ନିକଟସ୍ଥ ବାଇୟାପ୍ପାନାହାଲି ଷ୍ଟେସନଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ (ନନ-ଇଣ୍ଟରଲକିଙ୍ଗ) କାର୍ଯ୍ୟ ଚାଲୁରହିବହ । ଏଥିପାଇଁ ଭୁବନେଶ୍ୱର ଓ ବାଙ୍ଗାଲୋର ମଧ୍ୟରେ ଚଳାଚଳ କରୁଥିବା ପ୍ରଶାନ୍ତି ବିଶେଷ ଟ୍ରେନକୁ ଦୁଇଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |
ଫେବୃୟାରୀ ମାସ ୬ ରୁ ୭ ତାରିଖରେ ଭୁବନେଶ୍ୱର ଠାରୁ ଛାଡିବାକୁ ଥିବା ୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ବିଶେଷ ଟ୍ରେନ ଭୁବନେଶ୍ୱର ଏବଂ ସତ୍ୟ ସାଇ ପ୍ରଶାନ୍ତ ନିଳୟମ (SSPN) ଷ୍ଟେସନ ମଧ୍ୟରେ ଚଳାଚଳ କରିବ ଏବଂ SSPNରୁ ବାଙ୍ଗାଲୋର ପର୍ଯ୍ୟନ୍ତ ବାତିଲ ରହିବ |
ଫେବୃୟାରୀ ମାସ ୭ ଏବଂ ୮ ତାରିଖରେ ବାଙ୍ଗାଲୋର ଠାରୁ ଛାଡ଼ିବାକୁଥିବା ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ବାଙ୍ଗାଲୋର ପରିବର୍ତ୍ତେ SSPN ରୁ ଯାତ୍ରା ଆରମ୍ଭ କରିବ |
ଏହି ସମୟରେ ଉଭୟ ପାର୍ଶ୍ୱରୁ ୦୮୪୬୩/୦୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରଶାନ୍ତି ଏକ୍ସପ୍ରେସର ସେବାକୁ SSPN ଏବଂ ବାଙ୍ଗାଲୋର ମଧ୍ୟରେ ବାତିଲ କରାଯାଇଛି |